ମୋ ଓଡ଼ିଶା ଗୀତ ଗାଇଲେ ଜଗତସିଂହପୁର ଜିଲ୍ଲାର ରୋଜାଲିନ୍ ସ୍ୱାଇଁ (ରୋଜି)
ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ ‘ଆମର ମ୍ୟୁଜିକ’ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି “ମୋ ଓଡିଶା-ଟାଇଟଲ ଗୀତ” । ଗୀତଟିକୁ ଓଡିଶାର ୩୦ଟି ଜିଲ୍ଲାର ୩୦ ଜଣ ମେଲୋଡି କଣ୍ଠଶିଳ୍ପୀ ତାଙ୍କ କଣ୍ଠରେ ସଜାଇଛନ୍ତି । ଏହି ଗୀତରେ ଜଗତସିଂହପୁର ଜିଲ୍ଲା ତରଫରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ରୋଜାଲିନ୍ ସ୍ୱାଇଁ (ରୋଜି)ଙ୍କୁ କଣ୍ଠଦାନ କରିବାର ସୁଯୋଗ ମିଳିଥିବାର ଜଣାପଡିଛି । ଗୀତଟି ଭୁବନେଶ୍ଵର ସୋମେଶ ଷ୍ଟୁଡିଓରେ ଭଏସ୍ ଡବ୍ ହୋଇଥିବା ବେଳେ ଗୀତଟିକୁ ରଚନା କରିଛନ୍ତି ସ୍ୱର୍ଯ୍ୟ ମହାପାତ୍ର ଏବଂ ସଙ୍ଗୀତରେ ସଜାଇଛନ୍ତି ଓଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ଜଗତସିଂହପୁର ଜିଲ୍ଲା ତରଫରୁ ରୋଜିଙ୍କୁ କଣ୍ଠଦାନ କରିବାର ନିଆରା ସୁଯୋଗ ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି । ୧୬ବର୍ଷ ବୟସରୁ ରୋଜି ଅର୍କେଷ୍ଟ୍ରା ଜଗତରେ ପାଦ ଦେଇଥିଲେ । ତାଙ୍କ ଦୃଢ ନିଷ୍ଠା ଓ ସଙ୍ଗୀତ ପ୍ରତି ପ୍ରତିବଦ୍ଧତା ଯୋଗୁଁ ସେ କେବେ ପଛକୁ ଦେଖିନାହାଁନ୍ତି ବରଂ ଆଜି ସେ ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ତାଙ୍କ କଳା ପାଇଁ ବେଶ୍ ପରିଚିତ ।